ପହିଲାରୁ ହାଲୁକା ବର୍ଷା

ଭୁବନେଶ୍ବର : ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ସେହିପରି ଗୁରୁବାର ଦିନ ଘନ କୁହୁଡ଼ି ଦେଖାଦେବ। ଆଇଏମ୍‌ଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା କାଲି କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ସୁନ୍ଦରଗଡ଼, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ କୁହୁଡ଼ିର ସମ୍ଭାବନା ଅଛି।
୧ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ରାୟଗଡ଼ା, କଳାହାଣ୍ଡିର କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ହୋଇପାରେ। ୨ ତାରିଖ ଦିନ ମଧ୍ୟ ଏହି ଜିଲା ବ୍ୟତିତ ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲାରେ ପାଗ ମେଘୁଆ ରହିବ। ଦୁଇ ତିନିଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ରାତିବେଳା ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Comments are closed.