ଆଜି ଠାରୁ ୩ ଦିନ ଯାଏଁ ବର୍ଷା ସମ୍ଭାବନା, କମିଛି ଶୀତ

ଭୁବନେଶ୍ୱର : ଆଜି ଠାରୁ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ନେଇ ଗୁରୁବାର ଜଣାପଡ଼ିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି। ଆଜି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଆସନ୍ତା କାଲି ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି। ଏହାସହ ସମଗ୍ର ଓଡ଼ିଶାରେ ଶୀତ ପ୍ରକୋପ କମିଛି। ସମସ୍ତ ସହରର ତାପମାତ୍ରା ୧୧ ରୁ ୧୭ ଡ଼ିଗ୍ରୀ ମଧ୍ୟରେ ରହିଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୧ ଡ଼ିଗ୍ରୀ ରହିଥିବା ନେଇ ସୂଚନା ମିଳିଛି।

Comments are closed.