ବର୍ଷା ପାଇଁ ୧୧ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ୨ ଦିନ ଯାଏଁ କୋହଲା ପାଗ ସହ ବର୍ଷା ଜାରି ରହିବ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ୧୧ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଝିପିଝିପି ବର୍ଷା ହୋଇଥିବା ସୂଚନା ମିଳିଛି। ଏହା ସହ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୩୧.୨ ମିମି , ଝାରସୁଗୁଡ଼ାରେ ୧୫.୯ ମିମି, ବଲାଙ୍ଗୀରରେ ୧୫.୬ ମିମି ବର୍ଷା ରେକର୍ଡ଼ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ଆସିବା ସହ ଶୀତର ପ୍ରକୋପ ବଢିବ। ଟ୍ରପ ଲାଇନ ହଟିବା ପରେ ଆକାଶ ମେଘମୁକ୍ତ ସହ ୬ ତାରିଖ ପରେ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ କମିବ।

Comments are closed.