ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ୫ଟି ଜିଲାରେ ସୋମବାର କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୧ଟା ଯାଏଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାରେ ବର୍ଷା ଓ ବଜ୍ରପାତ ନେଇ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ଘରୁ ବାହାରକୁ ନଯିବାକୁ ପାଣିପାଗ କେନ୍ଦ୍ରରୁ ପରାର୍ମଶ ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି।

Comments are closed.