ରାଜ୍ୟରେ ବର୍ଷା ସମ୍ଭାବନା; ଆସନ୍ତା ୩ ଦିନ କୋହଲା ପାଗ

ଭୁବନେଶ୍ୱର : ରାଜ୍ୟର ୬ଟି ଜିଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସତର୍କ ସୂଚନା ଦିଆଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲାରେ ଦିନ ୧୨ଟା ମଧ୍ୟରେ ସ୍ୱଳ୍ପ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଏହି ୬ଟି ଜିଲା ବ୍ୟତୀତ ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଆଜି ସକାଳ ସମୟରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ମଧ୍ୟ ରହିଛି। ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବା ସହ ଓଡ଼ିଶା ଉପକୂଳରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ବୌଦ୍ଧ, ବରଗଡ଼ ଓ ସୋନପୁର ଜିଲାରେ ମଧ୍ୟ ସ୍ୱଳ୍ପ ବର୍ଷାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Comments are closed.