ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା , ୬ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ବର୍ଷା ଓ ବଜ୍ରପାତ କାରଣରୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ୬ଟି ଜିଲା ପାଇଁ ସତର୍କ ସୂଚନା ଜାରି କରିଛି। ଏହି ଜିଲା ଗୁଡ଼ିକ ହେଉଛି- କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଓ ଗଜପତି। ଏହି ସମସ୍ତ ଜିଲା ଗୁଡିକରେ ବର୍ଷା ସହ ବିଜୁଳି ମାରିବାର ସମ୍ଭାବନା ରହିଛି। ସୂଚନା ଯୋଗ୍ୟ, ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।

Comments are closed.