ପାର୍ବଣ ଋତୁରେ ୨୦୦ ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି ରେଳବାଇ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶରେ ୨୦୦ରୁ ଉର୍ଦ୍ଧ୍ବ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଭାରତୀୟ ରେଳବାଇ ଯୋଜନା କରୁଥିବା ଜଣାପଡିଛି । ଏନେଇ ଗୁରୁବାର ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭି.କେ ଯାଦବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ପାର୍ବଣ ଋତୁ (ଅକ୍ଟୋବର ୧୫ ରୁ ନଭେମ୍ବର ୩୦) ମଧ୍ୟରେ ରେଳବାଇ ୨୦୦ ଟି ସ୍ବତନ୍ତ୍ର ଟ୍ରେନ୍‌ ଚଲାଇବାକୁ ଯୋଜନା କରୁଛି ।

ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭି.କେ ଯାଦବ କହିଛନ୍ତି କରୋନା ସଂକ୍ରମଣ ପାଇଁ ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳବାଇ ସମସ୍ତ ସାଧାରଣ ଯାତ୍ରୀବାହୀ ଟ୍ରେନକୁ ବାତିଲ କରିଦେଇଛି। ଏହି ଟ୍ରେନ୍ ଗୁଡିକ ୨୨ ମାର୍ଚ୍ଚରୁ ବାତିଲ୍ ହୋଇଛି । ତେବେ ରେଳବାଇ ମେ ୧୨ ରୁ ଦିଲ୍ଲୀକୁ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ୧୫ ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍ ଚଳାଇବା ଆରମ୍ଭ କରିଥିଲା ଏବଂ ୧ ଜୁନ୍ ଠାରୁ ୧୦୦ ଟି ବହୁ ଦୂରଗାମୀ ଟ୍ରେନ୍ ଚଳାଇବା ଆରମ୍ଭ କରିଥିଲା । ରେଳବାଇ ୧୨ ସେପ୍ଟେମ୍ବର ଠାରୁ ଯାତ୍ରୀଙ୍କ ସୁବିଧା ପାଇଁ ୮୦ ଟି ଅତିରିକ୍ତ ଟ୍ରେନ୍ ମଧ୍ୟ ଚଳାଉଛି ।

ଯାଦବ କହିଛନ୍ତି ଯେ ଆମେ ସମସ୍ତ ଜୋନର ସାଧାରଣ ପରିଚାଳକଙ୍କ ସହ ଏକ ବୈଠକ କରି ନିର୍ଦ୍ଦେଶ ଦେଇଛୁ ଯେ ସେମାନେ ସ୍ଥାନୀୟ ପ୍ରଶାସନ ସହିତ ପରାମର୍ଶ କରି କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରିବେ । ସମସ୍ତ ଜୋନର ସାଧାରଣ ପରିଚାଳକ ସ୍ଥାନୀୟ ପ୍ରଶାସନର ପରାମର୍ଶ ଅନୁସାରେ କରୋନା ସଂକ୍ରମଣର ସ୍ଥିତିନେଇ ଏକ ରିପୋର୍ଟ ରେଳବାଇକୁ ପ୍ରଦାନ କରିବେ । ସେମାନଙ୍କଠାରୁ ଏକ ରିପୋର୍ଟ ମିଳିବା ପାର୍ବଣ ଋତୁରେ କେତେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ ତାହା ଆଧାରରେ ନିଷ୍ପତ୍ତି ନିଆଯିବ। । ବର୍ତ୍ତମାନ, ଆମେ ଅନୁମାନ କରୁଛୁ ଯେ ପ୍ରାୟ ୨୦୦ ଟି ଟ୍ରେନ୍ ଚାଲିବ, କିନ୍ତୁ ଏହା ଆମର ଆକଳନ, ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭି.କେ ଯାଦବ କହିଛନ୍ତି।

Comments are closed.