୧୫ ଦିନରୁ କମ୍ ସମୟ ମଧ୍ୟରେ ରେଳବାଇ ୧୦ଲକ୍ଷରୁ ଅଧିକ ଯାତ୍ରୀ ପରିବହନ କରିଛି

କରୋନା ମୁକାବିଲା

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ମାତ୍ର ୧୫ ଦିନରୁ କମ୍ ସମୟ ମଧ୍ୟରେ  ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ଦଶ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ନିଜ ନିଜ ରାଜ୍ୟକୁ ପରିବହନ କରିବାର ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛି । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଯାତାୟତ ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୮୦୦ ଶ୍ରମିକ୍ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି । ରେଳ ମନ୍ତ୍ରଣାଳୟ କହିଛି ଯେ, ଉଭୟ ରାଜ୍ୟର ସମନ୍ୱୟ ପରେ ହିଁ ରେଳ ଚଳାଚଳ କରୁଛି ଯେଉଁଥିରେ ଗୋଟିଏ ରାଜ୍ୟ ଯାତ୍ରୀ ପଠାଉଛି ଏବଂ ଅନ୍ୟଟି ସେମାନଙ୍କୁ ଗ୍ରହଣ କରୁଛି।

ଏହି ଟ୍ରେନ୍ ଗୁଡିକ ବିଭିନ୍ନ ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ଓଡିଶା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଯାତ୍ରା କରିଛି।ମନ୍ତ୍ରଣାଳୟ କହିଛି ଯେ ଟ୍ରେନରେ ଛାଡିବା ପୂର୍ବରୁ ଯାତ୍ରୀମାନଙ୍କର ସଠିକ୍ ସ୍କ୍ରିନିଂ ସୁନିଶ୍ଚିତ ହୋଇଛି। ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାଗଣା ଭୋଜନ ଏବଂ ପାଣି ଦିଆଯାଇଛି।

Comments are closed.