କୋଭିଡ୍‍-୧୯ କଟକଣା ମଧ୍ୟରେ ୨୦୦ ପ୍ରକଳ୍ପର ମରାମତି କାର୍ଯ୍ୟ କରିଛି ରେଳବାଇ

ନୂଆଦିଲ୍ଲୀ : କୋଭିଡ୍‍-୧୯ କଟକଣା ସମୟରେ ଭାରତୀୟ ରେଳବାଇ ଦୀର୍ଘ ଦିନରୁ ପଡ଼ି ରହିଥିବା ୨୦୦ ପ୍ରକଳ୍ପର ମରାମତି କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିଛି। ଏଗୁଡ଼ିକ ମଧ୍ୟରେ ରେଲୱେ ୟାର୍ଡ ରିମଡେଲିଂ, ମରାମତି, ପୁରାତନ ପୋଲ ଗୁଡ଼ିକର ମରାମତି, ରେଳଲାଇନ୍‍ଗୁଡ଼ିକର ଦୋହରିକରଣ ଓ ବିଦ୍ୟୁତ୍‍କରଣ ଏବଂ ସିଜର୍‍ କ୍ରସ୍‍ ଓଭରଗୁଡ଼ିକର ନବୀକରଣ ପ୍ରଭୃତି
ଅନ୍ତର୍ଭୁକ୍ତ। ରେଳ ମନ୍ତ୍ରଣାଳୟ କହିଛି, ଏହା ରେଳ ସୁରକ୍ଷା ବୃଦ୍ଧି କରିବା ସହିତ ଟ୍ରେନ୍‍ଗୁଡ଼ିକର ଦ୍ରୁତଗତିକୁ ନିଶ୍ଚିତ କରିବ।

Comments are closed.