ରେଳବାଇର ବଡ ଉପହାର , ହ୍ୱାଟ୍ସଆପରେ ମିଳିବ ରେଳ ଚଳାଚଳର ସମ୍ପୂର୍ଣ୍ଣ ତଥ୍ୟ

0

ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାରକୁ ଦେଖି ସରକାର ଲୋକମାନଙ୍କ ପାଇଁ ଅନଲାଇନ ମାଧ୍ୟମରେ ଅନେକ ଗୁଡିଏ ସେବା ଯୋଗାଇ ଦେଉଛନ୍ତି। ଭାରତର ୨୦କୋଟିରୁ ଅଧିକ ଲୋକ ହ୍ୱାଟ୍ସଆପ ବ୍ୟବହାର କରୁଥିବାରୁ ସେମାନଙ୍କ ପାଇଁ ରେଳବାଇ ତରଫରୁ ଏକ ବଡ ଉପହାର ରଖାଯାଇଛି। ଏବେ ଆପଣ ହ୍ୱାଟ୍ସଆପ ମାଧ୍ୟମରେ ଜାଣିପାରିବେ ଆପଣଙ୍କ ଟ୍ରେନର ସମ୍ପୂର୍ଣ୍ଣ ତଥ୍ୟ। ଟ୍ରେନ ଏବେ କୋଉଠି ଅଛି ଏବଂ କେତେବେଳେ ଆସି ଷ୍ଟେସନରେ ପହଞ୍ଚିବ। ରେଳବାଇର ଏହି ନୂଆ ସୁବିଧା ଯୋଗୁ ଦେଶର ସାଧାରଣ ଜନତା ବେଶ ଉପକୃତ ହେବେ। ଏବେ ଆଉଁ ୧୩୯ନମ୍ବରରେ ଫୋନ କରିବାକୁ ପଡିବନାହିଁ।
ଯଦି ଆପଣ ହ୍ୱାଟ୍ସଆପରୁ ଆପଣଙ୍କ ଟ୍ରେନ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଏହି ନମ୍ବର(୭୩୪୯୩୮୯୧୦୪)କୁ ଆପଣଙ୍କ ଫୋନରେ ସେଭ୍‍ କରିଦିଅନ୍ତୁ। ଏହାପରେ ଆପଣ ଯେଉଁ ଟ୍ରେନରେ ଯାତ୍ରା କରିବାପାଇଁ ଯାଉଥିବେ ସେହି ଟ୍ରେନର ନମ୍ବର ଏହି ଫୋନ ନମ୍ବରରେ ହ୍ୱାଟ୍ସଆପ ମାଧ୍ୟମରେ ପଠାନ୍ତୁ , ମେସେଜ ପଠାଇବାର ୧୦ ସେକେଣ୍ଡ ଭିତରେ ଆପଣଙ୍କ ଟ୍ରେନର ତାଜା ତଥ୍ୟ ପାଇପାରିବେ। ମେସେଜରେ ଆପଣଙ୍କ ଟ୍ରେନ କେଉଁ ସମୟରେ ଆସିବ, ଏବେ କେଉଁଠାରେ ଅଛି ଏହିଭଳି ସବୁ ତଥ୍ୟ ପାଇପାରିବେ।

Leave A Reply