କ୍ରାୟୋଜେନିକ ଟ୍ୟାଙ୍କରରେ ଅକ୍ସିଜେନ ପରିବହନ କରିବ ରେଳବାଇ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଥିବାବେଳେ ଭାରତୀୟ ରେଳବାଇ ଲିକ୍ୱିଡ ଅକ୍ସିଜେନ ପରିବହନ କରିବ। କ୍ରାୟୋଜେନିକ ଟ୍ୟାଙ୍କରରେ ଏହି ଲିକ୍ୱିଡ ଅକ୍ସିଜେନ ପରିବହନ କରାଯିବ। ଇତିଧ୍ୟରେ ଦେଶରେ ସମସ୍ତ ଅକ୍ସିଜେନ ଉତ୍ପାଦନକାରୀମାନେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ କହିଛନ୍ତି। ତାହାସହିତ ବିଦେଶରୁ ୫୦,୦୦୦ ଟନ୍‍ ଅକ୍ସିଜେନ ଆମଦାନୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ର, ଛତିଶଗଡ, ଗୁଜରାଟ ଆଦି ରାଜ୍ୟରେ ସଂପତି ଅକ୍ସିଜେନ ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ବିଭିନ୍ନ ରାଜ୍ୟର ଅନୁରୋଧକ୍ରମେ ସେଠାକୁ ଲିକ୍ୱିଡ ଅକ୍ସିଜେନ ପରିବହନ କରିବାକୁ ନିଷ୍ପତ୍ତି ନେଇଛି।

Comments are closed.