୨୦୨୩ ସୁଦ୍ଧା ସବୁ ବ୍ରଡଗେଜ ରେଳଲାଇନ୍‍ର ହେବ ବିଦ୍ୟୁତିକରଣ

ରେଳବାଇ ୨୦୨୩ ମସିହା ସୁଦ୍ଧା ଏହାର ସମସ୍ତ ବ୍ରଡଗେଜ ରେଳଲାଇନ୍‍ଗୁଡ଼ିକର ଶତକଡ଼ା ଶହେଭାଗ ବିଦ୍ୟୁତିକରଣ କରିବାର ଯୋଜନା କରିଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‍ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶତକଡ଼ା ୬୩ ଭାଗ ବ୍ରଡଗେଜ୍‍ ରେଳଲାଇନ୍‍ର ବିଦ୍ୟୁତିକରଣ କାର୍ଯ୍ୟ ଗତ ଏପ୍ରିଲ୍‍ ପହିଲା ସୁଦ୍ଧା ସଂପୂର୍ଣ୍ଣ ହୋଇଛି। ସେ କହିଛନ୍ତି, ଆଉ ୨୩ ହଜାର ୭୬୫ କିଲୋମିଟର ରେଳଲାଇନର ବିଦ୍ୟୁତିକରଣ କାର୍ଯ୍ୟ ବାକି ରହିଛି।

ଆଉ ଏକ ପ୍ରଶ୍ନ ଉପରେ ଗୋଏଲ୍‍ କହିଛନ୍ତି, ରେଳବାଇର ଖାଲି ପଡ଼ିଥିବା ଜମିଗୁଡ଼ିକରେ ବ୍ୟବସାୟିକ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ଅନୁମତି ଦିଆଯିବ। ଏଥିରୁ ମିଳିବାକୁ ଥିବା ଅର୍ଥ ରେଳବାଇର ଉନ୍ନତି ଦିଗରେ ଖର୍ଚ୍ଚ କରାଯିବ। ସେ କହିଛନ୍ତି ରେଳବାଇର ଯେଉଁ ଜମିଗୁଡ଼ିକରେ ବର୍ତ୍ତମାନ କୌଣସି କାର୍ଯ୍ୟ କରିବାର ନାହିଁ, ସେହି ଜମିଗୁଡ଼ିକୁ ବ୍ୟବସାୟିକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ।

Comments are closed.