ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହେବ

ଜମି ଅଧିଗ୍ରହଣ ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ ସଂପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ସମ୍ବଲପୁର-ତାଳଚେର ଦୋହରୀକରଣ, ବୃନ୍ଦାମାଳ-ଝାରସୁଗୁଡ଼ା ଫ୍ଲାଇ ଓଭର, ବୁଢ଼ାପଙ୍କ-ସାଲେଗାଁ, ଅନୁଗୋଳ-ସୁକିନ୍ଦା, ବିଜୟନଗରମ୍‌-ସମ୍ବଲପୁର, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ଏବଂ କୋରାପୁଟ-ସିଙ୍ଗାପୁର ଦୋହରୀକରଣ ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା। ଖୋର୍ଦ୍ଧାରୋଡ଼-ବଲାଙ୍ଗୀର, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ପ୍ରକଳ୍ପର ବାକିଥିବା ଜଙ୍ଗଲ ଜମି ଅଧିଗ୍ରହଣକୁ ଚଳିତ ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବା ସହ ଖୋର୍ଦ୍ଧାରୋଡ଼୍‌-ବଲାଙ୍ଗୀର ପ୍ରକଳ୍ପର ବାକିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଅଗଷ୍ଟ ୩୧ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପରେ ଦେବଗଡ଼ ଜିଲାରେ ବାକିଥିବା ଗଛ ଗଣତି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସାଲେଗାଁ-ବୁଢ଼ାପଙ୍କ ରେଲ୍‌େୱ ପ୍ରକଳ୍ପ ପାଇଁ ଅନୁଗୋଳ ଜିଲାରେ ବାକିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସେପେଫମ୍ବର ୩୦ ତାରିଖ ସୁଦ୍ଧା ସାରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଅନୁଗୋଳ-ସୁକିନ୍ଦା ପ୍ରକଳ୍ପରେ ଥିବା କେଶକୁ ତୁରନ୍ତ ଫଇସଲା କରିବା ପାଇଁ ଏଜି ଅଫିସ ମାଧ୍ୟମରେ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆର୍‌ଡିସିମାନେ ପ୍ରକଳ୍ପଗୁଡ଼ିକୁ ନିୟମିତ ସମୀକ୍ଷା କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଅଭୟ ନାୟକ, ତ୍ରିଲୋଚନ ମାଝୀ ଏବଂ ଯୁଗ୍ମ ସଚିବ ମଧୁସ୍ମିତା ସାହୁ ଏବଂ ଶ୍ରୀମତୀ ଏଲୋରା ସାମଲଙ୍କ ସହ ତିନି ରାଜସ୍ୱ ଡିଭିଜନ୍‌ର ଆର୍‌ଡିସି, ସଂପୃକ୍ତ ଜିଲାର ଅତିରିକ୍ତ ଜିଲାପାଳ ଓ ଭୂଅର୍ଜନ ଅଧିକାରୀ ଏବଂ ପ୍ରକଳ୍ପ ନିର୍ଦ୍ଦେଶକବୃନ୍ଦ, ରେଲେୱ ପ୍ରକଳ୍ପଗୁଡ଼ିକର ମୁଖ୍ୟଯନ୍ତ୍ରୀ, ଡେପୁଟି ଚିଫ୍‌ ଇଂଜିନିୟର ନିର୍ମାଣ, ଜଙ୍ଗଲ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.