ରେଳରେ ଅସଦାଚରଣ କଲେ ତିନି ବର୍ଷ ଜେଲ !

0

ନୂଆଦିଲ୍ଲୀ : ରେଳ ସୁରକ୍ଷା ବଳ(ଆରପିଏଫ) ରେଳରେ ଅସଦାଚରଣକୁ ରୋକିବାପାଇଁ ନୂଆ ନିୟମର ପ୍ରସ୍ତାବ ଦେଇଛି। ଆରପିଏଫ୍‍ର ଜଣେ ବରିଷ୍ଠ ଅଧିକାରୀ ରେଳରେ ସଂଶୋଧନ ଆଣି ଅସଦାଚରଣ କରୁଥିବା ଅଭିଯୁକ୍ତକୁ ତିନି ବର୍ଷ ଜେଲ ଦଣ୍ଡାଦେଶ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଆରପିଏଫ୍‍ ଅଧିକାରୀଙ୍କ ମତରେ, ରେଳ ମଧ୍ୟରେ ମହିଳା ମାନଙ୍କ ପ୍ରତି ବଢିବଢି ଚାଲୁଥିବା ଅସଦାଚରଣକୁ ନଜରରେ ରଖି ଏହି ପ୍ରସ୍ତାବ ରଖାଯାଇଛି।
ସୂଚନାଯୋଗ୍ୟ ଯେ, ମହିଳା ମାନଙ୍କ ପ୍ରତି ରେଳରେ ଅସଦାଚରଣ ୨୦୧୪-୧୬ ମଧ୍ୟରେ ୧,୬୦୭ ମାମଲା, ୨୦୧୫ରେ ୫୩୩ ଓ ୨୦୧୬ରେ ୬୦୬ଟି ମାମଲା ରହିଛି ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଏହାର ଜବାବ ରଖିଥିଲେ। ଅସଦାଚରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଜୋରିମାନା ଅର୍ଥରେ ମଧ୍ୟ ବଢିବାକୁ ପ୍ରସ୍ତାବ ରଖାଯାଇଛି।

Leave A Reply