‘କିଷାନ ରେଳ’ ଚଳାଚଳ ପାଇଁ ପଦକ୍ଷେପ ନେଉଛି ରେଳବାଇ : ରେଲୱେ ବୋର୍ଡ଼ ଅଧ୍ୟକ୍ଷ

ନୂଆଦିଲ୍ଲୀ :  ୨୦୨୦-୨୧ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ପ୍ରସ୍ତାବ ଅନୁଯାୟୀ ଦେଶରେ ‘କିଷାନ ରେଳ’ ବ୍ୟବସ୍ଥା ସ୍ଥାପନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ରେଳ ମନ୍ତ୍ରଣାଳୟ କହିଛି । ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ରେଲୱେ ବୋର୍ଡ଼ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି, ଦେଶବ୍ୟାପୀ କିଷାନ ରେଳ ବ୍ୟବସ୍ଥାକୁ ସମ୍ପ୍ରସାରଣ କରିବା ଲାଗି ରେଳବାଇ ଯୋଜନା କରୁଛି ।  ଦେଶରେ ରେଳ ନେଟୱାର୍କର ସମ୍ପ୍ରସାରଣ କରିବା ସହିତ ଏହା ମାଧ୍ୟମରେ ଅର୍ଥନୈତିକ ବିକାଶ କରିବା ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସରକାର ଇତିମଧ୍ୟରେ ରେଳବାଇ କ୍ଷେତ୍ରରେ ପୁଞ୍ଜିନିବେଶକୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ଆସନ୍ତା ୫ ବର୍ଷ ମଧ୍ୟରେ ଦେଶବ୍ୟାପୀ ରେଳବାଇ ନେଟ୍‍ୱାର୍କର ଆଧୁନିକୀକରଣ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଯାଦବ କହିଛନ୍ତି ।

Comments are closed.