ପାରସ୍ପରିକ ଅଭିବୃଦ୍ଧି ପାଇଁ ସମନ୍ୱିତ କାର୍ଯ୍ୟ କରିବାକୁ ରେଳମନ୍ତ୍ରୀଙ୍କ ଆହ୍ୱାନ

ରେଳମନ୍ତ୍ରୀ ପୀୟୁଷ ଗୋୟଲ ରେଳବାଇ, କୋଇଲା ଓ ଶକ୍ତି ସଂସ୍ଥା ମଧ୍ୟରେ ସମନ୍ୱିତ କାର୍ଯ୍ୟ ପାଇଁ ଆହ୍ୱାନ ଦେଇଛନ୍ତି। ଏହି ତିନୋଟି କ୍ଷେତ୍ରର ସର୍ବାଧିକ ପାରସ୍ପରିକ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରେଳମନ୍ତ୍ରୀ ରେଳବାଇର କୋଇଲା ବ୍ୟବସାୟର ଏକୀକରଣକୁ ସୁନିଶ୍ଚିତ କରିବା ପାଇଁ କୋଇଲା ଏବଂ ବିଦ୍ୟୁତ୍ କ୍ଷେତ୍ରର ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରିଛନ୍ତି ଏବଂ କୋଇଲା ପରିବହନ ସମ୍ବନ୍ଧରେ ରେଳବାଇ, କୋଇଲା ଏବଂ ବିଦ୍ୟୁତ୍ କ୍ଷେତ୍ରର ମିଳିତ କାର୍ଯ୍ୟ କିଭଳି ଉତ୍ପାଦନକୁ ଆହୁରି ଉନ୍ନତ କରିବ ସେ ସମ୍ବନ୍ଧରେ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ରେଳବାଇର ମାଲ ପରିବହନର ପ୍ରାୟ ୫୦ ପ୍ରତିଶତ କୋଇଲା ହୋଇଥିବାରୁ ରେଳବାଇ ମାଲ ପରିବହନକୁ ବୃଦ୍ଧି କରିବା କ୍ଷେତ୍ରରେ ନିରନ୍ତର ଉଦ୍ୟମ କରୁଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଚଳିତ ବର୍ଷ ସେପ୍ଟେମ୍ବରରେ ରେଳବାଇ ମାଲ ପରିବହନରୁ ୯ ହଜାର ୮୯୭ କୋଟି ଟଙ୍କା ଆୟ କରିଛି ଯାହା ପୂର୍ବ ବର୍ଷର ଆୟ ତୁଳନାରେ ୧ ହଜାର ୧୮୦ କୋଟି ଟଙ୍କା ଅଧିକ।

ମାଲ ପରିବହନରେ କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୧୩.୫୪ ପ୍ରତିଶତ ବିର୍ଯ୍ୟଦ୍ଧି ହୋଇଥିବା ସେ କହିବା ସହ ଆଗାମୀ ଦିନରେ କୋଇଲା ଲୋଡିଂକୁ ଆହୁରି ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ଯାହା ଫଳରେ ରେଳବାଇର ମାଲ ପରିବହନ ଉପରେ ସକରାତ୍ମକ ପ୍ରଭାବ ପଡିବ।

Comments are closed.