ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଦେଶ

ରେଳମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା :  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡ଼ା ଗସ୍ତରେ ଆସି ପୂର୍ବତଟ ରେଳବାଇ ଓ ଦକ୍ଷିଣ ପୂର୍ବ ରେଳମଣ୍ଡଳର ବିଭିନ୍ନ ପ୍ରକଳ୍ପର ସ୍ଥିତି ବିଷୟରେ ସମୀକ୍ଷା‌ କରିବା ସହ ଅଧୁରା ପ୍ରକଳ୍ପ ଗୁଡ଼ିକ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହାସହ ରେଳ ନିରାପତ୍ତା, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଯାତ୍ରୀ ସୁବିଧା ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

ମନ୍ତ୍ରୀ ଶ୍ରୀ ବୈଷ୍ଣବ ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବା ପରେ ସ୍ଥାନୀୟ ସ୍ବଳ୍ପରହଣୀ ଆବାସ(ସାର୍କିଟ ହାଉସ)ରେ ସ୍ଥାନୀୟ ଜନପ୍ରତିନିଧି, ନେତୃସ୍ଥାନୀୟ ବ୍ୟକ୍ତି ଓ ଏହି ଦୁଇ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥି‌େ‌ଲ । ବୈଠକରେ ଓଡ଼ିଶା‌େ‌ର ରେଳବାଇର ଭିତ୍ତିଭୂମି ବିକାଶ କାର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସବିଶେଷ ଆଲୋଚନା କରିଥିବା ବେଳେ ବିଶେଷ କରି ଝାରସୁଗୁଡା ଅଞ୍ଚଳରେ ରେଳବାଇର ବିକାଶ, ଏକୀକୃତ ରେଳମଣ୍ଡଳ ପ୍ରସ୍ତାବ, ଐତିହ୍ୟସମ୍ପନ୍ନ ରେଳ ଷ୍ଟେସନର ମାନ୍ୟତା, ରେଳବାଇ ଉପରପୋଲ ଆଦି ସଂକ୍ରାନ୍ତରେ ଆଲାଚନା ହୋଇଥିଲା । ଏହାସହ ତାଲଚେର-ବିମଲାଗଡ଼ ରେଳପଥ ସଂପର୍କରେ ନେତୃବୃନ୍ଦ ଗୁରୁତ୍ବାରୋପ କରିଥିଲେ । ବୈଠକରେ ଉଭୟ ମଣ୍ଡଳର ଷ୍ଟେସନ ମାନଙ୍କରେ ଯାତ୍ରୀ ସୁବିଧା ସୁଧାରିବା ସହିତ ଭିତ୍ତିଭୂମି ବିକାଶ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଅନୁରୂପ ଭାବେ ସମ୍ପ୍ରତି ବିଭିନ୍ନ ସ୍ଥାନରେ ଜାରି ରହିଥିବା ରେଳପଥ ସମ୍ପ୍ରସାରଣ ଓ ଅନ୍ୟାନ୍ୟ ରେଳ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଉପରେ ଚାପ ପକାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀମତୀ ଅର୍ଚ୍ଚନା ଯୋଶୀ, ଉଭୟ ମଣ୍ଡଳର ମଣ୍ଡଳାଧୀଶ, ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇଥିଲେ ।

ସୋମବାର ରେଳ ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଜେପିର ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବଜେପି ରାଷ୍ଟ୍ରୀୟ ଉପସଭାପତି  ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ପ୍ରମୁଖ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ଦକ୍ଷିଣ ପୂର୍ବ ରେଳ ବିଭାଗ ମହା ପ୍ରବନ୍ଧକ ଶ୍ରୀମତୀ ଅର୍ଚ୍ଚନା ଯୋଶୀ,  ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ, ସମ୍ବଲପୁର ବିଧାୟକ  ଜନାରାୟଣ ମିଶ୍ର, ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ, ବିଧାୟକ  ଶଙ୍କର  ଓରାମ, କୁସୁମ ଟେଟେ, ବିଜେପି ନେତା ରବି ନାଏକ,  ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲ, ସୁନ୍ଦରଗଡ ଜିଲ୍ଲାପାଳ ପବନ କଲ୍ୟାଣ ସ୍ୱାଗତ କରିଥିଲେ । ଶତାଧିକ ବିଜେପି ନେତା ଓ କର୍ମୀ ସମସ୍ତଙ୍କୁ ବାଜା ବଜାଇ  ଡାକ ବଙ୍ଗଳା ଯାଏ ପାଛୋଟି ନେଇଥିଲେ ।

Comments are closed.