ରେଳବାଇର ସମସ୍ତ ସୂଚନା ପାଇଁ ଏକକ ହେଲପ ଲାଇନ ନମ୍ବର ୧୩୯

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ତାର ସମସ୍ତ ସେବା ପାଇଁ ଗୁରୁବାର ଏକକ ହେଲପ ଲାଇନ୍ ନମ୍ବର ଜାରି କରିଛି । ଏଣିକି ୧୩୯ ନମ୍ବର ଡାଏଲ କଲେ ରେଲଓ୍ବେର ସମସ୍ତ ସୂଚନା ମିଳି ପାରିବ।

ସୂଚନା ଅନୁଯାୟୀ, ପୂର୍ବରୁ ଭାରତୀୟ ରେଳବାଇ ପକ୍ଷରୁ ୧୩୮,୧୦୭୨, ୫୮୮୮୮, ୧୫୨୨୧୦ ଏହି ସମସ୍ତ ନମ୍ବରେ ଦିଆଯାଇଥିଲା। ଏହି ସମସ୍ତ ନମ୍ବରକୁ  ରେଳବାଇ ପକ୍ଷରୁ ରଦ୍ଦ କରିବା ସହ ଗୋଟିଏ ନମ୍ବର ୧୩୯ ଜାରି କରିଛି। ୧୩୯ ଡାଏଲ କଲେ ଯାତ୍ରୀମାନେ ଇନକ୍ବାରୀ, ସୁରକ୍ଷା, କ୍ୟାଟରିଂ ଓ ସାଧାରଣ ସେବା ବିଷୟରେ ଜଣିପାରିବେ ତଥା ଅଭିଯାଗ କରିପାରିବେ ।

Comments are closed.