ରେଳବାଇର ରଦ୍ଦ ଆରକ୍ଷଣ ଟିକେଟରେ ଟଙ୍କା ଫେରସ୍ତ ନିୟମରେ କୋହଳ

କଟକ: କରୋନା-୧୯ ସଂକ୍ରମଣକୁ ରୋକିବା ଦିଗରେ ସାମାଜିକ ଦୂରତା ଏବଂ ଭିଡ କମାଇବା ଉଦେଶ୍ୟରେ ଭାରତୀୟ ରେଳବାଇ ପକ୍ଷରୁ କେତେକ ନିୟମକୁ କୋହଳ କରାଯାଇଛି। ଇ-ଟିକେଟରେ ରଦ୍ଦ ଟିକେଟର ଟଙ୍କା ଫେରସ୍ତ ନିୟମ ପୂର୍ବ ପରି ବଳବତ୍ତର ରହିବ। ଯାତ୍ରୀମାନେ ଷ୍ଟେସନ ଆସିବାର ଆବଶ୍ୟକତା ନାହିଁ। ଏହି କୋହଳ ନିୟମ ମାର୍ଚ୍ଚ ୨୧ ତାରିଖଠାରୁ ଅପ୍ରେଲ ୧୫ ତାରିଖ ପର୍ୟ୍ୟନ୍ତ ଲାଗୁ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯେଉଁ ଟ୍ରେନଗୁଡିକ ୨୧ ମାର୍ଚ୍ଚ ୨୦୨୦ଠାରୁ ୧୫ ଅପ୍ରେଲ ୨୦୨୦ ପର୍ୟ୍ୟନ୍ତ ବାତିଲ କରାଯାଇଥିବ ସେହି ଟ୍ରେନଗୁଡିକର ରଦ୍ଦ ଟିକେଟର ଟଙ୍କା ରାଶି ଟିକେଟ କାଉଣ୍ଟରରେ ୧୪୫ ଦିନ ପର୍ୟ୍ୟନ୍ତ ଉପଲବ୍ଧ ରହିବ। ପୂର୍ବରୁ ଏହି ବ୍ୟବସ୍ଥା କେବଳ ୭୨ ଘଣ୍ଟା ପାଇଁ ପ୍ରଜୁଯ୍ୟ ଥିଲା।

ଯେଉଁ ଟ୍ରେନ ବାତିଲ କରାଯାଇ ନାହିଁ ଏବଂ ଯେଉଁ ଯାତ୍ରୀମାନେ ଉକ୍ତ ଟ୍ରେନରେ ଯାତ୍ରା କରୁ ନାହାନ୍ତି ଟିଡିଆର୍ (ଟିକେଟ ଜମା ରସିଦ)କୁ ଯାତ୍ରା ତାରିଖର ୩୦ ଦିନ ମଧ୍ୟରେ ପୂରଣ କରାଯାଇ ପାରିବ। ପୂର୍ବରୁ ଏହା ୩ ଦିନ ପର୍ୟ୍ୟନ୍ତ ରହିଥିଲା। ଏହି ଟିଡିଆରକୁ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ (କ୍ଲେମ୍ସ) କିମ୍ବା ସିସିଓଙ୍କ କାର୍ୟ୍ୟାଳୟରେ ୬୦ ଦିନ ମଧ୍ୟରେ ଦାଖଲ କରାଯିବାକୁ ସୂଚନା ଦିଆଯାଇଛି। ଏହି ସୁବିଧା ପୂର୍ବରୁ କେବଳ ୧୦ ଦିନ ରହିଥିଲା। ସେହିପରି ଯେଉଁ ଯାତ୍ରୀମାନେ ତାଙ୍କ ଟିକେଟକୁ ୧୩୯ ମାଧ୍ୟମରେ ରଦ୍ଦ କରିବାକୁ ଚାହୁଛନ୍ତି ସେମାନେ ଯାତ୍ରା ସମୟର ୩୦ ଦିନ ମଧ୍ୟରେ ଟିକେଟ କାଉଣ୍ଟରଠାରୁ ଫେରସ୍ତ ପାଇପାରିବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହା କେବଳ ଗାଡିର ପ୍ରସ୍ଥାନ ସମୟ ପର୍ୟ୍ୟନ୍ତ ବଳବତ୍ତର ରହିଥିଲା। ରେଳବାଇ ପକ୍ଷରୁ ଯାତ୍ରୀମାନେ ଏହି ସୁବିଧାର ଉପଯୋଗ କରି ଷ୍ଟେସନକୁ ନ ଆସି କରୋରା ଭୂତାଣୁର ସଂକ୍ରମଣରୁ ନିଜର ରକ୍ଷା କରିବାକୁ ଅନୁରୋଧ କରାଯାଇଛି।

Comments are closed.