ଭି.କେ ତ୍ରିପାଠୀ ରେଳବାଇ ବୋର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସମ୍ପ୍ରତି ଗୋରଖପୁରସ୍ଥିତ ଉତ୍ତର-ପୂର୍ବ ରେଳବାଇର ​​ଜେନେରାଲ ମ୍ୟାନେଜର ଥିବା ଭି.କେ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେ ସୁନିତ ଶର୍ମାଙ୍କ ସ୍ଥାନ ନେବେ। ତ୍ରିପାଠୀ ହେଉଛନ୍ତି ୧୯୮୨ ବ୍ୟାଚ୍‌ ଆଇଆରଏସ୍‌ଏମ୍‌ଇ (ଭାରତୀୟ ରେଳସେବା ମେକାନିକାଲ ଇଞ୍ଜିନିୟରିଂ) ଅଧିକାରୀ। ଇଞ୍ଜିନିୟରିଂ ପରେ ସେ ୧୯୮୩ରେ ରେଳବାଇରେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ପରେ ଆମେରିକା ଓ ସ୍ବିଜରଲାଣ୍ଡରେ ଅଧିକ ଶିକ୍ଷାଲାଭ କରିଥିଲେ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତିନି ପର୍ଯ୍ୟାୟ ବିଶିଷ୍ଟ ଲୋକୋମୋଟିଭ୍‌ କାର୍ଯ୍ୟକାରୀ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Comments are closed.