ରେଳଯାତ୍ରା ନ କରିବା ପାଇଁ ବୟସ୍କ, ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ନିବେଦନ

ସମାଜ ପୋର୍ଟାଲ ଡେସ୍କ: ରେଳ ମନ୍ତ୍ରଣାଳୟ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଓ ଦଶବର୍ଷରୁ କମ୍‍ ବୟସର ପିଲାମାନଙ୍କୁ ବିଶେଷ ଜରୁରୀ ନଥିଲେ ରେଳଯାତ୍ରା ନକରିବାକୁ ନିବେଦନ କରିଛି। ଏଥିସହିତ ୬୫ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ମଧ୍ୟ ରେଳଯାତ୍ରା ନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଏହିଭଳି ଲୋକମାନେ ରେଳଯାତ୍ରା କରିବା ଯୋଗୁଁ କିଛି ଲୋକଙ୍କର ମୃତ୍ୟୁ ଘଟିବା ଘଟଣା ବିଷୟରେ ଜଣାପଡ଼ିବା ପରେ ରେଳବାଇ ଏଭଳି ନିବେଦନ କରିଛି। ମନ୍ତ୍ରଣାଳୟ କହିଛି, ରେଳବାଇ ଦ୍ୱାରା ଦୈନନ୍ଦିନ ଭିତିରେ ଶ୍ରମିକ ସ୍ପେଶାଳ ଟ୍ରେନ୍‍ଗୁଡ଼ିକର ଚଳାଚଳ କରାଯାଉଛି। ଏହି ଟ୍ରେନ୍‍ଗୁଡ଼ିକରେ ବାସସ୍ଥାନଠାରୁ ଦୂରରେ ଥିବା ଶ୍ରମିକମାନଙ୍କୁ ସେମାନଙ୍କର ନିଜ ଅଂଚଳରେ ପହଂଚାଇବା ମୂଳ ଲକ୍ଷ୍ୟ।

ମନ୍ତ୍ରଣାଳୟ କହିଛି, କିଛି ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିମାନେ ରେଳଯାତ୍ରା କରୁଥିବାର ଜଣାପଡ଼ିଛି ଓ ସେମାନଙ୍କ ପାଇଁ ସଂକ୍ରମଣର ବିପଦ ଅଧିକ ଥିବାରୁ ସେମାନଙ୍କୁ ରେଳ ଯୋଗେ ଯାତ୍ରା ନ କରିବା ଲାଗି ଅନୁରୋଧ କରାଯାଇଛି। ଲୋକମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଂଚାଇବା ପାଇଁ ରେଳବାଇ ଦ୍ୱାରା ଦିନରାତି ଚବିଶଘଂଟା ଯାତ୍ରୀସେବା ପ୍ରଦାନ କରାଯାଉଛି। ମନ୍ତ୍ରଣାଳୟ କହିଛି, ଯାତ୍ରୀମାନଙ୍କର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି ଓ ଏ କ୍ଷେତ୍ରରେ ଯାତ୍ରୀମାନଙ୍କଠାରୁ ରେଳବାଇ ସହଯୋଗ ଚାହୁଁଛି। କୌଣସି ଅସୁବିଧା କିମ୍ବା ଜରୁରୀକାଳୀନ ପରିସ୍ଥିତି କ୍ଷେତ୍ରରେ ଯାତ୍ରୀମାନଙ୍କୁ ରେଳବାଇ ହେଲ୍‍ପ୍‍ ଲାଇନ୍‍ ନମ୍ବର ୧୩୮ କିମ୍ବା ୧୩୯ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.