ଟ୍ରେନଯାତ୍ରୀଙ୍କ ପାଇଁ କଟକଣା : ନିର୍ଦ୍ଧାରିତ ସମୟର ୯୦ ମିନିଟ ପୂର୍ବରୁ କରିବାକୁ ହେବ ରିପୋର୍ଟ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଦେଶର ରାଜଧାନୀ ନୂଆଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ୧୫ଟି ଟ୍ରେନ ଚାଳାଚଳ ଆରମ୍ଭ କରୁଛି। ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର ୯୦ ମିନିଟ ପୂର୍ବରୁ ଷ୍ଟେସନରେ ରିପୋର୍ଟ କରିବାକୁ ଯାତ୍ରୀଙ୍କୁ କୁହାଯାଇଛି। ତା’ଛଡା କରୋନା ସଂମ୍ପର୍କିତ ଅନେକ କଟକଣା ମାନିବା ଉପରେ ଯାତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି।
କରୋନା ସଂକଟ ମଧ୍ୟରେ ଟ୍ରେନ ଚଳାଚଳ ଆରମ୍ଭ ହେଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ କଟକଣା କରାଯାଇଛି। ଟ୍ରେନରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କର ପରୀକ୍ଷା କରାଯିବ। ସେଥିପାଇଁ ୯୦ ମିନିଟ ପୂର୍ବରୁ ରିପୋର୍ଟ କରିବାକୁ କୁହାଯାଇଛି। ତା’ଛଡା ସାମାଜିକ ଦୁରତ୍ବ ସହ ମୁହଁରେ ମାସ୍କ ବାନ୍ଧିବାକୁ ନିର୍ଦେଶ ଦିଆଯାଇଛି। ଯାତ୍ରାବେଳେ ନିଜର ଖାଦ୍ୟ ଘରୁ ନେବାକୁ କୁହାଯାଇଥିବା ବେଳେ ଆରୋଗ୍ୟ ସେତୁ ଆପ ଡାଉନଲୋଡ ନିହାତି ଦରକାର। ସୂଚନା ଯୋଗ୍ୟ ଯେ ଅନଲାଇନରେ ଟିକେଟ ବୁକିଂ ହେଉଥିବା ବେଳେ କେବଳ ଟିକେଟ କନଫର୍ମ ହୋଇଥିବା ଯାତ୍ରୀଙ୍କୁ ଯିବାକୁ ଅନୁମତି ମିଳିବ।