ଟ୍ରେନ ରହଣି ଦାବିରେ ନୂଆପଡାରେ ରେଳରୋକ

0

ନୂଆପଡା : ନୂଆପଡା ଜିଲା ଏକତା ମଞ୍ଚ ତଥା ଆବାହକ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଦିନ ରେଳରୋକ କରାଯାଇଛି। ସକାଳ ୬ଟାରୁ ନୂଆପଡା ରେଳ ଷ୍ଟେସନରେ ରେଳରୋକ ଆରମ୍ଭ ହୋଇଛି। ସଂଘର ଅଭିଯୋଗ ଅନୁଯାୟୀ, ନୂଆପଡା ଜିଲା ସଦର ମହକୁମା ହୋଇଥିଲେ ମଧ୍ୟ ରେଳଷ୍ଟେସନରେ କୌଣସି ଦ୍ରୁତଗାମୀ ଟ୍ରେନ ରହୁନାହିଁ। ରେଳ ଷ୍ଟେସନର ଠିକ ଭାବେ ବିକାଶ ହେଉନାହିଁ। ନୂଆପଡା ରେଳ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ନ ରହିବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ କରାଯିବ ବୋଲି ଓକିଲ ସଂଘ କହିଛନ୍ତି। ଏହି ରେଳରୋକରେ ଯୋଗୁଁ ଗାନ୍ଧୀଧାମ ଏକ୍ସପ୍ରେସ ସହ ଅନ୍ୟ କିଛି ଟ୍ରେନ ଅଟକି ରହିଛି। ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ରେଳରୋକରେ ନୂଆପଡା ଜିଲାର ସମସ୍ତ ସଂଗଠନ, ରାଜନୈତିକ ଦଳ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି।

Leave A Reply