୧୩ ଯୋଡ଼ା ବିଶେଷ‌ ରେଳ ଚଳାଚଳ ଅବଧି ବୃଦ୍ଧି

ଭୁବନେଶ୍ବର: ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରାଳୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ରେଳଗୁଡିକର ଚଳାଚଳ ଅବଧିକୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଆଠ ଯୋଡ଼ା ବିଶେଷ ରେଳ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ଦୁଇ ଯୋଡ଼ା ବିଶେଷ ରେଳ ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏକ ଯୋଡ଼ା ବିଶେଷ ରେଳ ଅଗଷ୍ଟ ଶେଷ ସପ୍ତାହ ଯାଏଁ ଚଳାଚଳ କରିବ। ଶାଲିମାର-ବିଶାଖାପଟନମ୍ ଓ ସାନ୍ତ୍ରାଗାଛି-ତିରୁପତି ବିଶେଷ ରେଳ ପରବର୍ତ୍ତୀ ନିର୍ଦେଶ ଯାଏଁ ଚାଲିବ। ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ବିଶେଷ ରେଳ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବାତିଲ ରହିବ। ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ରେଳ ପୂର୍ବ ବିଜ୍ଞପ୍ତିରେ ପରିବର୍ତ୍ତିତ ହୋଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ସେବା ବୃଦ୍ଧି କରାଯାଇଥିବା ରେଳ ଗୁଡିକ ହେଲା, ହଟିଆ-ଯଶୋବନ୍ତପୁର-ହଟିଆ, ହାୱଡ଼ା-ମହୀଶୂର-ହାୱଡ଼ା, ହାୱଡ଼ା-ହାଇଦ୍ରାବାଦ-ହାୱଡ଼ା, ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା, ହାୱଡ଼ା-ଭାସ୍କୋଡାଗାମା-ହାୱଡ଼ା, ହାୱଡ଼ା-ପଣ୍ଡିଚେରୀ-ହାୱଡ଼ା, ହାୱଡ଼ା-ପୁରୀ-ହାୱଡ଼ା ଏବଂ ହାୱଡ଼ା-ଏର୍ଣ୍ଣାକୁଲମ-ହାୱଡ଼ା। ସେହିପରି ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ରେଳ ହେଲା, ହଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ-ହଟିଆ ଏବଂ ଶାଲିମାର-ସିକନ୍ଦରାବାଦ-ଶାଲିମାର ବିଶେଷ ରେଳ ରହିଛି। ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ରେଳ ମୁଜାଫରପୁର-ଯଶୋବନ୍ତପୁର-ମୁସାଫରପୁର ରହିଛି। ଶାଲିମାର-ବିଶାଖାପଟନମ୍-ଶାଲିମାର ଏବଂ ସାନ୍ତ୍ରାଗାଛି-ତିରୁପତି-ସାନ୍ତ୍ରାଗାଛି ବିଶେଷ ରେଳ ସେବା ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରେଳ ସେବା ବାତିଲ ହେବାକୁ ଥିବା ବିଶେଷ ରେଳ ହେଲା, ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର, ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ରେଳ ପୂର୍ବ ବିଜ୍ଞପ୍ତିରେ ପରିବର୍ତ୍ତିତ ହୋଇଛି। ଏହି ରେଳ ଜୁଲାଇ ୧୩ ମଧ୍ୟରେ ପ୍ରତି ଶନି, ରବିବାର ଓ ଛୁଟି ଦିନମାନଙ୍କରେ ବାତିଲ ରହିବ।

Comments are closed.