ରେଳମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ, ଇତିହାସରେ ପ୍ରଥମ

ନବରଙ୍ଗପୁର: ଜଣେ କେନ୍ଦ୍ରରେଳ କ୍ୟାବିନେଟ ମନ୍ତ୍ରୀ ଏଠାକୁ ଗସ୍ତରେ ଆସିବା ନବରଙ୍ଗପୁର ଇତିହାସରେ ପ୍ରଥମ ଘଟଣା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଦାୟିତ୍ୱ ନେବାର ପ୍ରଥମ ଓଡିଶା ଗସ୍ତ ଅବସରରେ ନବରଙ୍ଗପୁର ଆସିବା ସହ ଜିଲାର ବହୁ ପ୍ରତିକ୍ଷିତ ଜୟପୁରଠାରୁ ନବରଙ୍ଗପୁର ରେଳପଥ ଯଥାଶୀଘ୍ର ନିର୍ମାଣ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଯାହାକି ଜିଲାବାସୀଙ୍କର ମଧ୍ୟ ହସ ଫୁଟିଛି। ରେଳମନ୍ତ୍ରୀଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଘଟଣାମଧ୍ୟ ଉଲ୍ଲେଖନୀୟ ଥିଲା।

ନବରଙ୍ଗପୁର ମକା ଭାରି ସୁଆଦିଆ
ନବରଙ୍ଗପୁର ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରଥମେ ପୋଡା ମକା ଝୁମ୍ପୁଡିକୁ ଯାଇ ମକା ଖାଇଥିଲେ। ଅଧିକ ଗରମ ଥିବାରୁ ଥଣ୍ଡା ମକା ମାଗି ଖାଇଥିଲେ। ମକାବାଲି ଏହି ଜିଲାକୁ ରେଳ ସଂଯୋଗ କଲେ ବେପାର ଅଧିକ ହେବ ବାବୁ ବୋଲି ମନ୍ତ୍ରୀଙ୍କୁ କହିବା ସହ ଆମର ଜିଲାକୁରେଳ ସଂଯୋଗ କରିବାକୁ ଅନୁରୋଧ କରିଥିଲେ। ମନ୍ତ୍ରୀ ନିଶ୍ଚିତ ଭାବେ ରେଳ ଆସିବ ବୋଲି କହିବା ସହ ୫୦୦ ଟଙ୍କା ଦେଇଥିଲେ। ପରେ ସାମ୍ବାଦିକମାନଙ୍କୁ ନବରଙ୍ଗପୁରର ମକା ଅତି ସୁଆଦିଆ ବୋଲି ହସିହସି କହିଥିଲେ।

ମନ୍ତ୍ରୀ ଆଶିର୍ବାଦ ନେଲେ
ମାଁ ଭଣ୍ଡାର ଘରଣୀ ମନ୍ଦିର ନିକଟରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ଆଶ୍ରମପକ୍ଷରୁ ଦୀପ ଧୂପ ଓ ଚନ୍ଦନ ଦେଇ ସ୍ୱାଗତ କରିଥିଲେ। ଅଭିଭକ୍ତ କୋରାପୁଟ ଜିଲା ସଂଯୋଜିକା ବ୍ରହ୍ମାକୁମାରୀ ନିଲମଜୀଙ୍କ ଠାରୁ ମନ୍ତ୍ରୀଙ୍କର ମୁଣ୍ଡରେ ହାତରଖି ଆଶିର୍ବାଦ ନେବା ଘଟଣା ସମସ୍ତଙ୍କୁ ମୁଗ୍ଧ କରିଥିଲା।

ଧାନ କ୍ଷେତରେ ମହିଳା ମଜୁରିଆଙ୍କୁ ଭେଟିଲେ
ମନ୍ତ୍ରୀ ଯାଉଥିବା ବେଳେ ହଠାତ ସେମଳା ନିକଟରେ ମହିଳାମାନେ ଚାଷ ଜମି (ଧାନକ୍ଷେତ)ରେ କାମ କରୁଥିବା ବେଳେ ସେ ଅଟକି ଯାଇ ସେମାନଙ୍କର ନିକଟକୁ ଜମିକୁ ଯାଇ ଭେଟିଥିଲେ। ସେ ମା’ମାନେ କେତେ ମଜୁରୀ ମିଳୁଛି ବୋଲି ପଚାରି ବୁଝିଥିଲେ। ମନ୍ତ୍ରୀ ଜମି ଭିତରକୁ ପଶି ମହିଳା ଶ୍ରମିକଙ୍କ ନିକଟକୁ ଯାଇ ଆଲୋଚନା କରି ଫୋଟ ଉଠାଇଥିଲେ। ଏନେଇ ସମସ୍ତେ ତାଜୁବ୍‍ ହୋଇ ଯାଇଥିଲେ।

Comments are closed.