ରେଳ ଇଞ୍ଜିନ୍‌ରେ ଯାତ୍ରା କଲେ ମନ୍ତ୍ରୀ ବୈଷ୍ଣବ

ଭଦନଗର: ରେଳବାଇ ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ ରେଳଗାଡ଼ି ଇଞ୍ଜିନ୍‌ରେ ବସି ଯାତ୍ରା କରିଛନ୍ତି। ଏହା ମାଧ୍ୟମରେ ସେ ରେଳ ଚଳାଚଳ ଓ ରେଳ କର୍ମଚାରୀଙ୍କ ସମସ୍ୟା ଅନୁଧ୍ୟାନ କରିଛନ୍ତି। ବୈଷ୍ଣବ ଗୁଜରାତର ଭଦନଗର ଷ୍ଟେସନ୍‌ ପରିଦର୍ଶନ ଅବସରରେ ଏକ ଲୋକୋମୋଟିଭ୍‌ ଇଞ୍ଜିନରେ ଚାଳକଙ୍କ ସହ ଯାତ୍ରା କରିଥିଲେ। ଏଥିସହିତ ଷ୍ଟେସନ୍‌ରେ କର୍ମଚାରୀଙ୍କ ସହ ସେଲ୍‌ଫି ଉଠାଇଥିଲେ। ଏହାର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ପ୍ରସାରିତ ହୋଇଛି। ଏହାକୁ ଅତ୍ୟନ୍ତ ଗୌରବର ମୁହୂର୍ତ୍ତ ବୋଲି ବୈଷ୍ଣବ ବର୍ଣ୍ଣନା କରିଥିଲେ।

Comments are closed.