ରେଳ ଧାରଣା ଆଧୁନିକୀକରଣ – ୪ଟି ଟ୍ରେନର ଗତିପଥ ପରିବର୍ତ୍ତନ

କଟକ: କଟକ ନିକଟବର୍ତ୍ତୀ ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ତୃତୀୟ ଓ ଚତୁର୍ଥ ରେଳଧାରଣା ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ଶୁକ୍ରବାର ଦିନ ଅନୁଗୁଳ ଦିଗକୁ ଯାତ୍ରା କରୁଥିବା ୪ଟି ଟ୍ରେନ୍‍ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ ଯାତ୍ରା କରିବ ବୋଳି ପୂର୍ବତଟ ରେଳପଥ ପକ୍ଷରୁ ସ୍ଥିର କରାଯାଇଛି। ଏହି ଟ୍ରେନ୍‍ ଗୁଡ଼ିକ ହେଉଛି – ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ୍‍, ୧୨୮୩୨ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ, ୧୮୪୫୨ ପୁରୀ-ହାତୀଆ ତପସ୍ୱିନୀ ଏକ୍ସପ୍ରେସ୍‍ ଏବଂ ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‍।

ଏହି ଟ୍ରେନ୍‍ଗୁଡ଼ିକର ଯାତ୍ରୀମାନଙ୍କର ସୁବିଧାପାଇଁ ପୂର୍ବତଟ ରେଳପଥ ପକ୍ଷରୁ କଟକ ଷ୍ଟେସନଠାରୁ ନରାଜ ପର୍ଯ୍ୟନ୍ତ ମାଗଣା ବସ୍‍ ସେବା ପ୍ରଦାନ କରାଯିବ।

Comments
Loading...