ପୁଣି ରେଳ ବଗିରେ ହେବ ୩ ଲକ୍ଷ କୋଭିଡ୍‍ ଶଯ୍ୟା, ୮୦୦ ପ୍ରସ୍ତୁତ

ରାଜ୍ୟଗୁଡ଼ିକ ପକ୍ଷରୁ ଦାବିକୁ ବିଚାରକୁ ନେଇ ରେଳବାଇ ଦେଶରେ ତିନି ଲକ୍ଷ ସଙ୍ଗରୋଧ ଶଯ୍ୟା ସ୍ଥାପନ କରିବ। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ୫୦ଟି କୋଭିଡ୍‍ ସଙ୍ଗରୋଧ ବଗିରେ ୮୦୦ ଶଯ୍ୟା ବର୍ତ୍ତମାନ ସକୁର ବସ୍ତି ଷ୍ଟେସନରେ ପ୍ରସ୍ତୁତ ହୋଇ ରହିଛି ଏବଂ ଦିଲ୍ଲୀର ଆନନ୍ଦବିହାର ଷ୍ଟେସନ୍‍ ଖୁବ୍‍ ଶୀଘ୍ର ୨୫ଟି ବଗିକୁ କୋଭିଡ୍‍ କ୍ୟାବିନରେ ପରିବର୍ତ୍ତନ କରାଯିବ।

ପୂର୍ବରୁ ଉତ୍ତର ରେଳବାଇର ଜେନେରାଲ୍‍ ମ୍ୟାନେଜର ଆଶୁତୋଷ ଗଙ୍ଗୱାଲ୍‍ କହିଥିଲେ, ୪୬୩ କୋଭିଡ୍‍ ସଙ୍ଗରୋଧ ବଗି ପ୍ରସ୍ତୁତ ହୋଇ ରହିଛି ଯାହାକୁ ରାଜ୍ୟମାନେ ବ୍ୟବହାର କରିପାରିବେ। ରାଜ୍ୟମାନଙ୍କର ଅଧିକା ଶଯ୍ୟା ଆବଶ୍ୟକ ହେଲେ ସେମାନେ ରେଳବାଇକୁ ଚିଠି ଲେଖିବେ ଫଳରେ ରେଳବାଇ ପକ୍ଷରୁ ଏହି ଶଯ୍ୟାଗୁଡ଼ିକ ଯୋଗାଇ ଦିଆଯିବ।

Comments are closed.