ରାୟଗଡା ଟ୍ରେନ୍‍ ଦୁର୍ଘଟଣା ; ରେଳମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ସମଲେଶ୍ୱରୀ ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ପିୟୂଷ ଗୋଏଲ ସୂଚନା ଦେଇଛନ୍ତି ।  ରାୟଗଡା ଜିଲ୍ଲାରେ ମଙ୍ଗଳବାର ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାରେ କର୍ତ୍ତବ୍ୟରତ ରେଳ କର୍ମଚାରୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଶ୍ରୀ ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ସହ ଏ ବିଷୟରେ କଥା ହୋଇଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ରେଳମନ୍ତ୍ରୀ ଏହି ଦୁର୍ଘଟଣାରେ ଭାରତୀୟ ରେଳବାଇର ଉଦ୍ଧାର କାର୍ଯ୍ୟରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହାର ତଦାରଖ କରୁଛନ୍ତି। ଏ ସମ୍ପର୍କରେ ଶ୍ରୀ ଗୋଏଲ ସୂଚନା ଦେଇ କହିଛନ୍ତି ଯେ ସମଲେଶ୍ୱରୀ ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Comments are closed.