କୋରାପୁଟ-ରାୟଗଡା ରେଳ ଧାରଣରେ ଖସିଲା ମାଟି ଅତଡା, ରେଳ ଚଳାଚଳ ବାଧାପ୍ରାପ୍ତ

0

ରାୟଗଡା:  କୋରାପୁଟ ଓ ରାୟଗଡା ମଧ୍ୟରେ ଥିବା ରେଳଧାରଣାରରେ  ଲକ୍ଷ୍ମୀପୁର ନିକଟରେ ମାଟି ଅତଡା ଓ ପଥର ଖସିବା ଯୋଗୁଁ ରେଳ  ଚଳା ଚଳ ବାଧାପ୍ରାପ୍ତ ହୋଇଥିଲା । ଏହି କାରଣରୁ ହୀରାଖଣ୍ଡ ଏକ୍ସପ୍ରେସକୁ କୋରାପୁଟରେ ୩ ଘଣ୍ଟା ପାଇ ରୋକି ଦିଆଯାଇଥିଲା।

ରେଳ ବିଭାଗର କର୍ମଚାରୀମାନେ ରେଳ ଧାରଣାରୁ ମାଟି ଅତଡା ଓ ପଥର ହଟାଇଥିଲେ । ରାତି ୯ଟା ମଧ୍ୟରେ  ରେଳ ଧାରଣାରୁ ମାଟି ଓ ପଥର ହଟାଇବା ପରେ ରେଳେ ଚଳ ଚଳ ସ୍ୱାଭାବିକ ହୋଇଥିବା ରେଳ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply