ଭିଜିଲାନ୍ସ ଜାଲରେ ତହସିଲଦାର

ଫୁଲବାଣୀ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଗିରଫ କରିଛି। ମଣ୍ଡାକିଆର ସେନାପତି ପ୍ରଧାନଙ୍କ ଜବତ ଟ୍ରାକ୍ଟରକୁ ମୁକ୍ତ କରିବା ଲାଗି ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ତହସିଲଦାର ଶ୍ରୀ ପାଢ଼ୀଙ୍କଠାରୁ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାସହିତ ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ତହସିଲଦାରଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ମାମଲା ରୁଜୁ କରିଛି। ଅଧିକ ତଦନ୍ତ ଜାରି ରହିଛି।

 

Comments are closed.