ଦିଲ୍ଲୀରୁ ୩୯ନେପାଳୀ ଯୁବତୀ ଉଦ୍ଧାର

0

ନୂଆଦିଲ୍ଲୀ: ମାନବ ଚାଲାଣ ଅଭିଯୋଗରେ ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିବାଲ ଓ ଦିଲ୍ଲୀ ପୁଲିସ ଏକକାଳୀନ ଚଢଉ କରି ୩୯ନେପାଳୀ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏହି ଯୁବତୀଙ୍କୁ ନେପାଳରୁ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଭାରତ ଅଣାଯାଇ ଥିଲା। ମହିଳା ଆୟୋଗଙ୍କ ପ୍ରତ୍ୟକ୍ଷତାରେ ପୂର୍ବରୁ ମଧ୍ୟ ଦିଲ୍ଲୀର ଏକାଧିକ ସ୍ଥାନରେ ଚଢଉ କରାଯାଇ ୧୬ଜଣ ନେପାଳୀ ଯୁବତୀଙ୍କୁ ଉଦ୍ଧାର କରାଯାଇ ଥିଲା। ତେବେ ଚଢଉ ସମୟରେ ଯୁବତୀଙ୍କୁ ଭାରତ ଆଣିଥିବା ଦୁବୃତ୍ତ ଫେରାର ହୋଇଯାଇ ଥିଲା। ଏହି ଯୁବତୀଙ୍କୁ ପାହାଡ଼ଗଞ୍ଜର ଏକ ଭଡ଼ା ଘରେ ରଖାଯାଇ ଥିଲା। ସେମାନଙ୍କୁ ଉଦ୍ଧାର କରାଯିବା ପରେ ପୁଲିସ ପକ୍ଷରୁ ଚାଲାଣକାରୀଙ୍କ ସ୍କେଚ ପ୍ରସ୍ତୁତ କରାଯିବା ସହ ସେମାନଙ୍କୁ ସୁରକ୍ଷିତ ନେପାଳ ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହେବ।

Leave A Reply