ଜୁଆ ଆଡ଼୍ଡ଼ାରେ ଚଢ଼ଉ: ୫୦ ହଜାର ଟଙ୍କା, ୯ ମୋବାଇଲ ଜବତ

ଜୟପୁରର ଏକ ଜୁଆ ଆଡ୍ଡା ଉପରେ ଟାଉନ ପୁଲିସ ଚଢ଼ଉ କରି ୯ଜଣ ଜୁଆଡିଙ୍କଠାରୁ ମୋଟ୍ ୫୦,୨୦୦ ନଗଦ ଟଙ୍କା ସହ ୯ଟି ମୋବାଇଲ ଜବତ କରିଛି  । ପାରାବେଡା ଅଂଚଳରେ ଏହି ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇବା ପରେ ପୁଲିସ ସେଠାରେ ଚଢାଉ କରିଥିଲା । ଜୁଆଡିମାନଙ୍କୁ ସିଆରପିସିର ଧାରା ୪୧ରେ ନୋଟିସ ଦେଇ ଛାଡି ଦିଆଯାଇଛି ।

Comments
Loading...