ନକଲି ବିଦେଶୀ ମଦ କାରଖାନା ଠାବ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣି ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବଡ଼ ବଜାର ଥାନା ଅନ୍ତର୍ଗତ ତୃପ୍ତି ନଗରର ଏକ ଘରେ ଚଢ଼ାଉ କରାଯାଇ ୩୦୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ, ଖାଲି ବୋତଲ, ଲେବେଲ, ଠିପି ଜବତ କରାଯାଇଛି। ଏହି ନକଲି କାରବାରରେ ସମ୍ପୃକ୍ତ୫ ଜଣକୁ ଗିରଫ କରାଯାଇଛି। ଅନେକ ଦିନ ହେବ ଏହି କାରଖାନା ଚାଲୁଥିବା ବେଳେ ଖାଲି ବୋତଲ, ଠିପି ଆଦି କୋଲକାତାରୁ ଅଣାଯାଉଥିଲା ବୋଲି ସୂଚନା ମିଳିଛି। ହୋମିଓପ୍ୟାଥିକ ଔଷଧରେ ବିଭିନ୍ନ କେମିକାଲ ମିଶାଯାଇ ମଦ ପ୍ରସ୍ତୁତ ହେଉଥିଲା। ଏନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

Comments are closed.