ଦୋକାନରେ ଚଢ଼ଉ, ୨୫ ହଜାର ଟଙ୍କାର ବାଣ ଜବତ

ତୁଷୁରା : ତୁଷୁରାରେ ଆଲୋକର ପର୍ବ ପବିତ୍ର ଦୀପାବଳୀ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। କୋଭିଡ଼ ନିୟମ ଯୋଗୁଁ ବିନା ବାଣରେ ଦୀପାବଳି ପର୍ବ ପାଳନ କରାଯାଇଥିଲା। ଲୋକେ ନିଜ ନିଜ ଘରେ ପୂଜାର୍ଚ୍ଚନା କରିଥିବା ବେଳେ ବାଣ ଫୁଟାଇବା ପାଇଁ ବାରଣ କରାଯାଇଥିବାରୁ ରାସ୍ତାଘାଟ ଶୂନଶାନ ଥିଲା। ତୁଷୁରା  ଥାନାଧିକାରୀ ଯଶୋବନ୍ତ ପ୍ରଧାନୀଙ୍କ ନେତୃତ୍ୱରେ  ଏଏସ୍ଆଇ ମୁରଲୀଧର ସେଠୀ, କେଦାର ସାହୁ, ସୁମିତ୍ରା ବେହେରା, ରାଜୀବ ସାହୁ, ହାବିଲଦାର ସନାତନ ପୁଟେଲ, ନବୀନ ମିଶ୍ର ପ୍ରମୁଖ ବିଭିନ୍ନ ବାଣ ଦୋକାନରେ ଚଢ଼ାଉ କରିଥିଲେ। ବାଣ ଦୋକାନୀ ସନ୍ତୋଷ ଦର୍ଜୀଙ୍କ ବାଣ ଦୋକାନରେ ଚଢ଼ାଉ କରି ୨୫ ହଜାର ଟଙ୍କାର ବାଣ ଜବତ କରାଯାଇଥିଲା।

Comments are closed.