ଲାଞ୍ଚ ନେଇ ଗିରଫ ହେଲେ ୱେସ୍କୋର କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର :  ୱେସ୍କୋର ସେକସନ ଅଫିସର ତଥା ନୂଆପଡା ଜିଲା କନିଷ୍ଠ ଯନ୍ତ୍ରୀ ରାଜ କିଶୋର ସାହୁଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ କୋରପୁଟ ଡିଭିଜନର ଭଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଝିଲିମିଲା ଗ୍ରାମର ଲାଲୁ ସାହୁ ଏଲଆଇ ପଏଣ୍ଟରେ ନୂତନ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗକୁ ଆବେଦନ କରିଥିଲେ। ହେଲେ ତାଙ୍କୁ  ଶ୍ରୀ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ତାଙ୍କ ପତ୍ନୀ ଭଜିଲାନ୍ସରେ ଅଭିଯୋଗ କରିଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜାନା ଅନୁଯାୟୀ ଲାଞ୍ଚ ନେଉଥିବା ବେଳେ ଘଟଣା ସ୍ଥଳରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ଓ ଲାଞ୍ଚ  ଟଙ୍କା ଜବତ କରିଛି।

Comments are closed.