ଗୁଡ଼ି ଓ ନଟେଇ ଦୋକାନରେ ଚଢ଼ଉ

ଚୌଦ୍ୱାର : ଗୁଡ଼ି ସୂତାରେ କଟି ଜଗତପୁର ଅଞ୍ଚଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ କମିସନରେଟ ପୁଲିସ ତରଫରୁ ଗୁଡ଼ି ଓ ନଟେଇ ଜବତ କରିବା ପାଇଁ ବିଭିନ୍ନ ଦୋକାନରେ ଚଢ଼ଉ ଜାରୀ ରହିଛି । ଚୌଦ୍ୱାର ପୁଲିସ ସୋମବାର ଦିନ ଚୌଦ୍ୱାର ଅଞ୍ଚଳରେ ଗୁଡ଼ି ବିକ୍ରି କରୁଥିବା ବିଭିନ୍ନ ଦୋକାନ ଉପରେ ଚଢ଼ଉ କରି ବିପୁଳ ପରିମାଣର ଗୁଡ଼ି, ନଟେଇ, ଗୁଡ଼ିସୂତା ଆଦି ଜବତ କରିଛି । ଏଥି ସହିତ ରାସ୍ତା ଉପରେ ଗୁଡ଼ି ନ ଉଡ଼େଇବାକୁ ଜନସାଧାରରଙ୍କୁ ଚେତାବନୀ ଦିଆ ଯାଇଛି ।

Comments are closed.