ପାଣି ବୋତଲ କମ୍ପାନୀରେ ଚଢାଉ

ଗୋପାଳପୁର : କନିଷି ତହସିଲ ଅନ୍ତର୍ଗତ ବିଶ୍ବନାଥପୁର ଠାରେ ବେଆଇନ ଭାବେ ଚାଲୁଥିବା ପାଣି ବୋତଲ ପ୍ରସ୍ତୁତ କମ୍ପାନୀ ଉପରେ ତହସିଲଦାରଙ୍କ ପକ୍ଷରୁ ଚଢାଉ କରାଯିବା ସହ ସିଲ କରାଯାଇଥିବା ଜଣାପଡିଛି। ଆଜି ସକାଳେ ଏକ ବିଶ୍ବସ୍ତ ସୁତ୍ରରୁ ଖବରପାଇ କନିଷି ତହସିଲଦାର ତାପସ ରାଉତ ଓ ଏକ ସ୍ବତନ୍ତ୍ର ଟିମ ବିଶ୍ବନାଥପୁର ଗାଁ ଛକ ଠାରେ ଥିବା ଭଗବାନ ନାୟକଙ୍କ ଦ୍ବାରା ପ୍ରସୃତ ପାଣି ବୋତଲ ପ୍ରସ୍ତୁତ(ଫ୍ଲିକର) କମ୍ପାନୀ ଉପରେ ଚଢାଉ କରିବା ସହ ନଥିପତ୍ର ଯାଞ୍ଚ କରିଥିଲେ। କିନ୍ତୁ ଏହି କମ୍ପାନୀ ମାଲିକ ଭଗବାନ ଏହା ଚଳାଆବା ନିମନ୍ତେ କୈଣସି ଲାଇସେନ୍ସ ନ କରି ବେଆଇନ ଭାବେ ପରିଚାଳନା କରୁଥିବା ଯୋଗୁଁ ଏହାକୁ ସିଲ କରାଯିବା ସହ ଫ୍ୟାକ୍ଟ୍ରି ପରିସରରୁ ୩୦୦ ମିଲି ର ୧୫୦ ବୋତଲ ସହ ୫୦ଟି ଏକ ଲିଟର ପାଣି ବୋତଲ ଜବତ କରାଯାଇଥିବା ତହସିଲଦାର ଶ୍ରୀ ରାଉତ ସୂଚନା ଦେଇଛନ୍ତି। ଅନ୍ୟପଟେ କନିଷି ତହସିଲ ଅଞ୍ଚଳରେ ବେଆଇନ ଭାବେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ପାଣି ବୋତଲ କମ୍ପାନୀ ଚାଲୁ ରହିଥିବା ବେଳେ ଅଧିକାଂଶ କମ୍ପାନୀ ବିଷୁଦ୍ଧ ପାନୀୟଜଳ ପରିବର୍ତ୍ତେ ଦୂଷିତ ଜଳ  ବଜାରକୁ ଛାଡୁଥିବା ଅଭିଯୋଗ ହୋଇଛି। ଆଗକୁ ଖରାଦିନ ଆସୁଥିବାରୁ ଅଧିକାଂଶ ସ୍ଥାନରେ ଏପରି ଅନେକ ବେଆଇନ ପାଣି କମ୍ପାନୀ ଖୋଲିବା ସହ ପାଣି ବ୍ୟବସାୟ ଜୋରଦାର ଆରମ୍ଭ କରିବା ସମ୍ଭାବନା ବଢିଯାଇଛି।

Comments are closed.