ବେଆଇନ ଗୁଟଖା କାରଖାନାରେ ଚଢ଼ାଉ, ୩ ଗିରଫ

୪୦ ବସ୍ତା ଗୁଟଖା ଜବତ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଭୈରବୀନଗରରେ ଦୀର୍ଘ ଦିନରୁ ଚାଲିଥିବା ଏକ ବେଆଇନ ଗୁଟଖା କାରଖାନା ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ସେଠାରୁ ବିଭିନ୍ନ କମ୍ପାନୀ ନାମରେ ପ୍ରସ୍ତୁତ ହୋଇଥିବା ୪୦ ବସ୍ତା ଗୁଟଖା, ୨ଟି ମେସିନ, ୩ ବଣ୍ଡଲ ଜରି ଜବତ କରାଯାଇଛି। ବେଆଇନ ଗୁଟଖା ପ୍ରସ୍ତୁତି କରୁଥିବା ଅଭିଯୋଗରେ ଦିବ୍ୟାନସୁ ବେହେରା, ଶରତ ବିଶୋଇ ଓ କାଶୀନାଥ ବେହେରାଙ୍କୁ ଗିରଫ କରାଯାଇଛି। ଏନେଇ ସଦର ଥାନାରେ କେସ ନଂ ୧୯୬/୧୯ରେ ଏକ ମାମଲା ରୁଜୁ ହେବା ସହ ଆଇପିସିର ବିଭିନ୍ନ ଧାରାରେ ତଦନ୍ତ ଚାଲୁଥିବା ସଦର ଏସ୍ଡ଼ିପିଓ ଜୟନ୍ତ ମହାପାତ୍ର କହିଛନ୍ତି ।

Comments are closed.