ଇଭିଏମ୍ ନୁହେଁ ଏମଭିଏମ୍: ମୋଦୀ ଭୋଟିଂ ମେସିନ୍ – ରାହୁଲ ଗାନ୍ଧୀ

ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଆଜି ଠାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରର ଆରାରିଆରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ‘ଇଭିଏମ୍’ ନୁହେଁ ‘ଏମଭିଏମ୍’ – ‘ମୋଦୀ ଭୋଟିଂ ମେସିନ୍’।

ସାଧାରଣ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଶ୍ରମିକମାନେ ହଜାର ହଜାର କିଲୋମିଟର ଚାଲିବାକୁ ବାଧ୍ୟ ହୋଇଥିଲେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଶ୍ରମିକମାନଙ୍କ ପାଇଁ ସ୍ଥାନ ନାହିଁ। ଏଥି ସହ ରାହୁଲ ଏଲଜେଡି ମୁଖ୍ୟ ଶରଦ ଯାଦବଙ୍କୁ ପ୍ରଶଂସା କରିଛନ୍ତି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନକୁ ନେଇ ବିଭିନ୍ନ ସମୟରେ ଦେଖାଦେଉଥିବା ବିବାଦକୁ ନେଇ ସେ କହିଛନ୍ତି ଯେ ‘ଇଭିଏମ୍’ ହେଉ କି ‘ଏମଭିଏମ୍’, ମେଣ୍ଟ ହିଁ ନିର୍ବାଚନରେ ​​ଜିତିବ।

ନିର୍ବାଚନୀ ସଭାରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଯେକୌଣସି ସ୍ଥାନରେ ଶସ୍ୟ ବିକ୍ରୟ ପାଇଁ ବ୍ୟବସ୍ଥା କରିଛନ୍ତି କିନ୍ତୁ କୃଷକ ତାର ଉତ୍ପାଦକୁ ବିମାନରେ ନେଇ ବିକ୍ରି କରିବ କି ବୋଲି ପ୍ରଶ୍ନ କରିଛନ୍ତି? ଯଦି କୃଷକମାନରେ ରାସ୍ତାରେ ଯିବେ, ତେବେ ବିହାରରେ ରାସ୍ତା କେଉଁଠି ଅଛି? କରୋନା ଭାଇରସ ପ୍ରସଙ୍ଗରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

Comments are closed.