ଦିଲ୍ଲୀ ହିଂସା ପ୍ରଭାବିତ ଅଞ୍ଚଳ ବୁଲିଲେ ରାହୁଲ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନେ ବୁଧବାର ଉତ୍ତର-ପୂର୍ବ ଦିଲ୍ଲୀର ସାମ୍ପ୍ରଦାୟିକ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ହିଂସାକାଣ୍ଡରେ ୪୮ଜଣଙ୍କ ମୃତ୍ୟୁ ସହିତ ପ୍ରାୟ ୨୦୦ ଆହତ ହୋଇଥିବାବେଳେ କଂଗ୍ରେସ ନେତାଙ୍କର ଏହା ପ୍ରଥମ ଅଞ୍ଚଳ ଗସ୍ତ। ରାହୁଲ ଓ ଅନ୍ୟମାନେ ସ୍ଥାନୀୟ ଜନତାଙ୍କ ହାନିଲାଭ ବୁଝିବା ସହ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ରାହୁଲଙ୍କ ସହିତ ଦଳ ମୁଖପାତ୍ର ରଣଦୀପ ସୂ​‌ର୍ଯେୱାଲା ପ୍ରମୁଖ ଏକ ବସ୍‌ରେ ହିଂସାର ଉତ୍ପତ୍ତିସ୍ଥଳ ବ୍ରିଜ୍‌ପୁରୀ ଓ ଅନ୍ୟ ସ୍ଥାନ ପରିଦର୍ଶନବେଳେ ହିଂସା ତ୍ୟାଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଗତ ଦୁଇ ଦିନ ଧରି ରାହୁଲ ଲୋକସଭାରେ ଏହି ହିଂସାକୁ ନେଇ ଖୁବ୍‌ ସକ୍ରିୟ ଥିଲେ। ସଂସଦର ଉଭୟ ଗୃହକୁ କଂଗ୍ରେସ ଅଚଳ କରିଦେଇଥିଲା।

Comments are closed.