ପ୍ରଧାନମନ୍ତ୍ରୀଙ୍କ ବିଚାରଧାରା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି: ରାହୁଲ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ପଦାକୁ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଟ୍ବିଟ୍ କରି କହିଛନ୍ତି, ନୋ ୟେସ୍ ବ୍ୟାଙ୍କ। ମୋଦୀ ଏବଂ ତାଙ୍କ ବିଚରାଧାରା ଭାରତର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଦେଇଛି।
ସେହିପରି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ କହିଛନ୍ତି ଯେ, ବିଜେପି ୬ ବର୍ଷ ହେଲା କ୍ଷମତାରେ ରହିଛି। ଆର୍ଥିକ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବାର କ୍ଷମତା ପଦାରେ ପଡ଼ିଯାଇଛି। ପ୍ରଥମେ ପିଏମସି ବ୍ୟାଙ୍କ ଏବଂ ବର୍ତ୍ତମାନ ୟେସ୍ ବ୍ୟାଙ୍କ ଭୁଶୁଡ଼ିବାକୁ ବଶିଛି। ସରକାର କ’ଣ ଆଦୌ ଚିନ୍ତିତ ନୁହନ୍ତି ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି।