କୃଷି ବିଲ୍ ଦେଶର କୃଷକଙ୍କ ଲାଗି ମୃତ୍ୟୁ ଦଣ୍ଡାଦେଶ: ରାହୁଳ ଗାନ୍ଧୀ

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ  କୃଷି ବିଲ୍ ଆଇନରେ ପରିଣତ ହୋଇ ସାରିଛି । ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି । ଏହା ସତ୍ବେ ଏହି ବିଲକୁ ନେଇ ବିରୋଧ ଲାଗି ରହିଛି । ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ଗେଟ୍ ସାମ୍ନାରେ ଚାଷୀମାନେ ଟ୍ରାକ୍ଟର ଜାଳି ଏହାର ପ୍ରତିବାଦ କରିଛନ୍ତି ।  ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କୁ ନିଶାଣ କରିଛନ୍ତି। ନୂତନ କୃଷି ଆଇନ କୃଷକମାନଙ୍କ ପାଇଁ ମୃତ୍ୟୁର ଆଦେଶ ବୋଲି ରାହୁଳ ଟ୍ବିଟ୍ କରି କହିଛନ୍ତି ।

 ରାଜ୍ୟସଭାରେ ବିରୋଧୀଙ୍କ କଥା ନ ଶୁଣି କୃଷି ବିଲ୍ ପାରିତ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି କିନ୍ତୁ ସେମାନଙ୍କ ସ୍ବରକୁ ବନ୍ଦ କରିଦିଆଯାଉଛି, ଏହା ହିଁ ମୃତ ଗଣତନ୍ତ୍ରର ଉଦାହରଣ ବୋଲି ରାହୁଳ କହିଛନ୍ତି ।

ପ୍ରକାଶଥାଉକି, ରାହୁଲ ଗାନ୍ଧୀ ଏକ ଇଂରାଜୀ ଖବରକାଗଜରେ ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ ବିରୋଧୀ ବାରମ୍ବାର ପ୍ରଦର୍ଶନ କରୁଥିଲେ ବି ଉପବାଚସ୍ପତି ହରିବଂଶ ବିନା ମତ ବିଭାଜନରେ ବିଲ୍ ପାସ୍ କଲେ । କଂଗ୍ରେସ କ୍ରମାଗତ ଭାବରେ ଉପବାଚସ୍ପତିଙ୍କୁ ବିରୋଧ କରିଆସୁଛି ।  କୃଷି ବିଲକୁ ନେଇ ସୋମବାର ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ ଏବଂ କର୍ଣ୍ଣାଟକର କୃଷକ ବିରୋଧ କରୁଛନ୍ତି ବୋଲି ରାହୁଳ କହିଛନ୍ତି ।

Comments are closed.