୪୯ ବର୍ଷରେ ପଦାର୍ପଣ କଲେ ରାହୁଲ; ମୋଦୀ ଟ୍ବିଟ୍ କରି ଏହି ଶୁଭେଚ୍ଛା ଜଣାଇଲେ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି, ‘ଶ୍ରୀ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଶୁଭକାମନା। ଈଶ୍ଵର ତାଙ୍କୁ ଭଲ ସ୍ବାସ୍ଥ୍ୟ ଦିଅନ୍ତୁ ଏବଂ ଦୀର୍ଘାୟୁ କରାନ୍ତୁ।’
ମୋଦୀଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ରାହୁଲଙ୍କ ଜନ୍ମଦିନରେ ବୁଧବାର ସକାଳୁ ଟ୍ବିଟରରେ ‘ହାପି ବର୍ଥ ଡେ ରାହୁଲ ଗାନ୍ଧୀ’ ଟ୍ରେଣ୍ଡ କରୁଛି। କଂଗ୍ରେସ ମଧ୍ୟ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ଶେୟାର କରିଛି। ଭିଡିଓରେ ରାହୁଲଙ୍କ ଭାଷଣ ଏବଂ ସାକ୍ଷାତକାରର କିଛି ଅଂଶ ରହିଛି।
ସୂଚନାଯୋଗ୍ୟ, ୧୯୭୦ ଜୁନ ୧୯ରେ ରାହୁଲ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ସେ ଜାତୀୟ ରାଜନୀତିକୁ ଆସିଥିଲେ। ୨୦୦୪ରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସହିତ ସେ ଭାରତୀୟ ରାଜନୀତିରେ ପ୍ରବେଶ କରିଥିଲେ। ସେ ନିଜର ପିତାଙ୍କ ରାଜନୀତି କ୍ଷେତ୍ର ଆମେଠିରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଆମେଠିବାସୀ ବି ତାଙ୍କୁ ଉତ୍ସାହର ସହିତ ସ୍ବାଗତ କରିଥିଲେ। ମାତ୍ର ୨୦୧୯ ନିର୍ବାଚନରେ ତାଙ୍କୁ ଆମେଠିରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
Best wishes to Shri @RahulGandhi on his birthday. May he be blessed with good health and a long life.
— Narendra Modi (@narendramodi) June 19, 2019
Comments are closed.