ସିଏଏକୁ ନେଇ ଆସନ୍ତାକାଲି ଧାରଣାରେ ବସିବ କଂଗ୍ରେସ

ନୂଆଦିଲ୍ଲୀ : ନାଗରିକତ୍ବ ଆଇନ(ସିଏଏ)କୁ ନେଇ ସମଗ୍ର ଦେଶରେ ହିଂସା ଜାରୀ ରହିଛି। ବିରୋଧି ଦଳ କଂଗ୍ରେସ ପ୍ରଥମରୁ ହିଁ ଏହି ଆଇନର ବିପକ୍ଷରେ ରହିଛି। ଏହା ମଧ୍ୟରେ କଂଗ୍ରେସ ଦଳ ଆସନ୍ତାକାଲି(ରବିବାର) ଏହି ଆଇନକୁ ବିରୋଧ କରି ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ନୂଆଦିଲ୍ଲୀର ରାଜଘାଟ ଠାରେ ରବିବାର କଂଗ୍ରେସ ଧାରଣାରେ ବସିବ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ମଧ୍ୟ ଏହି ଧାରଣାରେ ସାମିଲ ହେବେ।

ଉଲ୍ଲେଖ ଯୋଗ୍ୟ, ସିଏଏକୁ ବିରୋଧ କରି ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରୀ ରହିଛି। ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଏଥିରେ  ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.