ଲକଡାଉନ୍ ସମ୍ପୂର୍ଣ୍ଣ ବିଫଳ, ପ୍ରଧାନମନ୍ତ୍ରୀଙ୍କ ଆଗାମୀ ରଣନୀତି କ‘ଣ ? : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ତାଲାବନ୍ଦ ମଧ୍ୟରେ ମଙ୍ଗଳବାର ଚତୁର୍ଥ ଥର ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଦେଶରେ ତାଲାବନ୍ଦ ସମ୍ପୂର୍ଣ୍ଣ ଭାବେ ବିଫଳ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା କରିଥିଲେ ଯେ ୨୧ ଦିନ ମଧ୍ୟରେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ କିନ୍ତୁ ତାହା ହୋଇ ନାହିଁ।
ରାହୁଲ କହିଛନ୍ତି ଯେ, ଦେଶରେ ଲକଡାଉନ୍ ହେବାର ୬୦ ଦିନ ବିତି ଯାଇଥିଲେ ମଧ୍ୟ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାରେ ଭାରତ ଅନ୍ୟତମ। ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମାର୍ଗଦର୍ଶକ ହୁଏତ ଏହା ଆଶା କରିନଥିଲେ। ଏହା ସହିତ ଲୋକମାନେ ନଗଦ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ଅଗ୍ରଗାମୀ ରଣନୀତିକୁ ନେଇ ପ୍ରଧାନମନ୍ତ୍ରୀ ବ୍ୟାଖ୍ୟା କରିବା ଉଚିତ୍ ବୋଲି ରାହୁଲ କହିଛନ୍ତି।

Comments are closed.