ମୋଦୀଙ୍କୁ ନିଶାଣ କଲେ ରାହୁଳ: ଚୀନ ନାଁ ନେବାକୁ ପ୍ରଧାନମନ୍ତ୍ରୀ ଡ଼ରୁଛନ୍ତି

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦକୁ ନେଇ ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ । ନିୟମିତ ଭାବରେ ସେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି । ଗୁରୁବାର ମଧ୍ୟ ରାହୁଳ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିଛନ୍ତି । ନିଜ ଟ୍ବିଟରରେ ରାହୁଳ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଲେଖିଛନ୍ତି – ଚୀନ ସମ୍ମୁଖରେ ଠିଆ ହେବା ତ ଦୂରର କଥା, ପ୍ରଧାନମନ୍ତ୍ରୀ ଚୀନ ନାଁ ନେବାକୁ ଭୟ କରୁଛନ୍ତି ।


ଲାଦାଖରେ ଚୀନ ସେନାର ଅନୁପ୍ରବେଶ ପ୍ରସଙ୍ଗରେ ରାହୁଳ ନିୟମିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରୁଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତରେ ଚୀନ ସେନାର ଅନୁପ୍ରବେଶକୁ ମାନୁ ନାହାନ୍ତି । ୱେବସାଇଟରୁ ଦସ୍ତାବିଜ ହଟାଇ ନେଲେ ତଥ୍ୟ ଓ ସତ୍ୟ ଲୁଚିବ ନାହିଁ ।

ସୂଚନାଯୋଗ୍ୟ ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ନିଜ ଇଣ୍ଟରନେଟ୍ ସାଇଟରେ ଏକ ଦସ୍ତାବିଜ ଉପସ୍ଥାପିତ କରିଥିଲା । ଏଥିରେ କୁହାଯାଇଥିଲା ଗତ ମେ ମାସରୁ ଚୀନ୍ ଏଲଏସିରେ ଅନୁପ୍ରବେଶକ ରିଛି । ଏଥିରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ଲାଦାଖର କିଛି ଅଞ୍ଚଳରେ ଚୀନୀ ସେନା କ୍ରମାଗତ ଭାବରେ ନିଜର ଉପସ୍ଥିତି ଜାହିର କରୁଛି । ମାତ୍ର କିଛି ସମୟ ପରେ ଏହି ଦସ୍ତାବିଜକୁ ୱେବସାଇଟରୁ ହଟାଇ ଦିଆଯାଇଥିଲା । ଏହାପରେ ରାହୁଳ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । 

Comments are closed.