ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ପରିବାର ସହ କଥା ହୋଇ ସମବେଦନା ଜଣାଇଲେ ରାହୁଲ

ପିପିଲି: ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ଧର୍ମପତ୍ନୀ ବନ୍ଦନା ମଙ୍ଗରାଜ, ୨ ପୁଅ ଅଭିଳାଷ ଓ ଆଶୁତୋଷଙ୍କ ସହ ଫୋନରେ କଥା ହୋଇଛନ୍ତି। ସ୍ବର୍ଗତ ମଙ୍ଗରାଜଙ୍କ ଅମର ଆତ୍ମା ପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏ ସଙ୍କଟ ସମୟରେ କଂଗ୍ରେସ ଦଳ ତାଙ୍କ ପରିବାର ସହ ଛିଡା ହୋଇଛି ଓ ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି। ଶୋକ ସନ୍ତପ୍ତ ପରିବାର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ରାହୁଲ ଗଭୀର ସମବେଦନା ଜଣାଇଛନ୍ତି। ଓଡ଼ିଶା ପ୍ରଭାରୀ ସାଂସଦ ଡକ୍ଟର ଏ ଚେଲ୍ଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ଫୋନ ଯୋଗେ ଏନେଇ ସୂଚନା ଦେଇଛନ୍ତି।

Comments are closed.