ବିଶ୍ବର ଦୁଷ୍କର୍ମ ରାଜଧାନୀ ଭାରତ: ରାହୁଲ ଗାନ୍ଧୀ

ରାହୁଲ ମାନସିକ ସ୍ଥିତି ଭଲନାହିଁ: ମନୋଜ ତିୱାରୀ

କେରଳ: ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର କେରଳର ୱାଇନାଡାରେ ଦେଶରେ ମହିଳାମାନଙ୍କ ପ୍ରତି ବଢୁଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୀଛନ୍ତି। ରାହୁଲ କହିଛନ୍ତି ଲୋକ ଏଥିପାଇଁ କାନୁନକୁ ନିଜ ହାତକୁ ନେଉଛନ୍ତି କାରଣ ଦେଶକୁ ଚଳାଉଥିବା ଲୋକ ହିଂସାରେ ବିଶ୍ବାସ କରନ୍ତି। ସେ ଏହା ମଧ୍ୟ କହିଛନ୍ତି ଭାରତ ବିଶ୍ବର ଦୁଷ୍କର୍ମର ରାଜଧାନୀ ଭାବେ ଜଣାଯାଉଛି।
ରାହୁଲ କହିଛନ୍ତି ‘ ଭାରତ ବିଶ୍ବର ଦୁଷ୍କର୍ମର ରାଜଧାନୀ ଭାବେ ପରିଗଣିତ ହେଉଛି। ଅନ୍ୟ ଦେଶମାନେ ଏହା ପ୍ରଶ୍ନ କରୁଛନ୍ତି ଯେ ଭାରତ ଶେଷରେ ନିଜର ମା ଏବଂ ଭଉଣୀଙ୍କୁ ସୁରକ୍ଷାଦେବାରେ ବିଫଳ ହୋଇଛି। ଉତ୍ତରପ୍ରଦେଶର ଏକ ବିଜେପି ବିଧାୟକଙ୍କ ଉପରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ଏହି ଘଟଣା ଉପରେ ମୁହଁ ଖୋଲୁ ନାହାନ୍ତି।

 

ରାହୁଲ ଗାନ୍ଧୀଙ୍କ ବୟାନ ପରେ ବିଜେପି ନେତା ମନୋଜ ତିୱାରୀ ଉତ୍ତର ଦେଇ କହିଛନ୍ତି ‘ରାହୁଲ ଗାନ୍ଧୀ କେବେ ଭାରତକୁ ଏକ ଗର୍ବିତ ଦେଶ ଭାବେ ଦେଖିନାହାନ୍ତି’। ସମୟ ସମୟରେ ଏପରି ବୟାନ ଦେଇ ରାହୁଲ ପରିଚୟ ଦେଇଛନ୍ତି କି ତାଙ୍କର ମାନସିକ ସ୍ଥିତି ଠିକ ନାହିଁ। ପ୍ରଥମେ ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ବୟାନ ଦେଇ ଅଦାଲତରେ ଭୁଲ ମାଗିଛନ୍ତି।

Comments are closed.