ପୁଣିଥିରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ କହିଲେ-‘ମୋଦୀଙ୍କ ବିପର୍ଯ୍ୟୟ ଦେଇ ଗତି କରୁଛି ଭାରତ’

ନୂଆଦିଲ୍ଲୀ : ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗତ କିଛି ଦିନ ହେବ ରାହୁଲ କ୍ରମାଗତ ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କରୋନା ସମୟରେ ଦେଶର ଆର୍ଥିକ ସ୍ଥିତିକୁ ନେଇ କଟାକ୍ଷ କରିଆସୁଛନ୍ତି। କେନ୍ଦ୍ର ସରକାର ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ପ୍ରକାର ଟ୍ବିଟର ୱାର ଚାଲିଛି। ବୁଧବାର ପୁଣିଥରେ ରାହୁଲ ଗାନ୍ଧୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି,ଜିଡିପି ହ୍ରାସ, ବେରୋଜଗାରୀ ଏବଂ ଚୀନ୍‌ର ଅନୁପ୍ରବେଶ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।


କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ ଦେଶ ବର୍ତ୍ତମାନ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ୬ ଟି ମୁଖ୍ୟ ପ୍ରସଙ୍ଗକୁ ତାଲିକା ଭୁକ୍ତ କରି ଟ୍ବିଟରେ ଲେଖିଛନ୍ତି ଯେ ‘ମୋଦୀ ନିର୍ମିତ ବିପର୍ଯ୍ୟୟ ମଧ୍ୟରେ ଗତି କରୁଛି ଭାରତ’। ଏଥି ସହିତ ରାହୁଲ ତାଙ୍କ ଟ୍ବିଟରେ ଦେଶରେ ଐତିହାସିକ ଜିଡିପି ହ୍ରାସ -୨୩.୯%, ୪୫ ବର୍ଷ ମଧ୍ୟରେ ସର୍ବାଧିକ ବେକାରୀ, ୧୨ କୋଟି ଚାକିରି ହରାଇବା, କେନ୍ଦ୍ର ରାଜ୍ୟମାନଙ୍କୁ ସେମାନଙ୍କର ଜିଏସଟି ଦେୟ ପ୍ରଦାନ ନ କରିବା, ସର୍ବଭାରତୀୟ ସ୍ତରରେ ସର୍ବାଧିକ କୋଭିଡ-୧୯ ଦୈନିକ ମାମଲା ଓ ମୃତ୍ୟୁ ଏହାସହ ଚୀନ୍‌ର ଅନୁପ୍ରବେଶ ଓ ସୀମା ବିବାଦ’  ଭଳି ପ୍ରସଙ୍ଗକୁ ସାମିଲ କରିଛନ୍ତି।

Comments are closed.